Odisha Link
Bridging the Missing Links in Odisha

ସୋ ରୁମ ଉଦଘାଟନ ବେଳେ ଦାନ୍ତରେ ଫିତା କାଟିଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଦାନ୍ତରେ ଫିତା କାଟିଲେ ପାକିସ୍ତାନ ମନ୍ତ୍ରୀ। ଏବେ ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଡି ଭିଡିଓ ଭାଇରାଲ ହୋଇଛି। ଏଥିରେ ଏକ ସୋ ରୁମର ଉଦଘାଟନ ସମୟରେ ମନ୍ତ୍ରୀ ଫିତା କାଟିବା ପାଇଁ ଯେଉଁଭଳି ଉପାୟ ଆପଣାଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି।

ପାକିସ୍ତାନର ଏହି ମନ୍ତ୍ରୀଙ୍କ ନାମ ଫାୟାଜ ଅଲ ହାସନ। ଫାୟାଜ ପାକିସ୍ତାନ ଜେଲ ମନ୍ତ୍ରୀ ଥିବା ବେଳେ ପାକିସ୍ତାନ ସରକାରଙ୍କ ମୁଖପାତ୍ର ମଧ୍ୟ ରହିଛନ୍ତି। ନିକଟରେ ତାଙ୍କୁ ଏକ ଇଲୋକଟ୍ରୋନିକ୍ସ ସୋ’ ରୁମର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଆଉ ଫାୟାଜ ବି ନିମନ୍ତ୍ରଣ ରକ୍ଷା କରି ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।

ତେବେ ଫିତା କାଟିବା ସମୟରେ ତାଙ୍କୁ ଯେଉଁ କଇଁଚି ଦିଆଯାଇଥିଲା ସେ ସେଥିରେ ଫିିତାକୁ କାଟି ପାରି ନଥିଲେ। କିଛି ଉପାୟ ନପାଇ ସେ ଫିତା କାଟିବା ପାଇଁ ନିଜ ଦାନ୍ତକୁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ଏହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା।

୨୦୧୯ରେ ପାକିସ୍ତାନ ମନ୍ତ୍ରୀ ଫାୟାଜ ଅଲ ହାସନ ବିବାଦକୁ ଆସିଥିଲେ। ସେ ହିନ୍ଦୁଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏହି ଟିପ୍ପଣୀ ପାଇଁ ତାଙ୍କୁ ନିଜ ସୂଚନା ଓ ସଂସ୍କୃତି ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

 

 

Leave A Reply

Your email address will not be published.