Odisha Link
Bridging the Missing Links in Odisha

ମରୁଡି ଯୋଗୁଁ ଚାଷୀ ଆତ୍ମହତ୍ୟା

ବଲାଙ୍ଗିର: ମରୁଡି ଯୋଗୁଁ ଚାଷୀ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ କାଦବେଡା ଗାଁର ରିଚେକ ବନଛୋର। ତାଙ୍କ ବୟସ ୬୬ ବର୍ଷ। ଗତକାଲି ରାତିରେ ରିଚେକ ବିଷ ପିଇଦେଇଥିଲେ। ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜକୁ ଆଣିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଅ ପବିତ୍ରଙ୍କ ସୂଚନା ମୁତାବକ, ତାଙ୍କ ବାପା ୫ ଏକର ଜମି ଭାଗରେ ଆଣି କପା ଚାଷ କରିଥିଲେ। ତାଙ୍କ ଦୁଇ ପୁଅ ମଧ୍ୟ ଚାଷରେ ସହଯୋଗ କରିଥିଲେ। ଏଥିପାଇଁ କିଛି ଧାର ଉଧାର ଆଣିଥିଲେ। ହେଲେ ବର୍ଷା ହୋଉନଥିବାରୁ କପା ଗଛ ମରିଗଲାଣି। ତେଣୁ ଅଧିକାଂଶ ସମୟ ଚାନ୍ତାରେ ରହୁଥିଲେ। ତେଣୁ ଗୁରୁବାର ରାତିରେ ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ କାଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା। ତେବେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.