Odisha Link
Bridging the Missing Links in Odisha

ପଞ୍ଜଶିର ଦଖଲ ଖୁସିରେ ତାଲିବାନର ଫାଙ୍କା ଗୁଳି ଚାଳନା, ୧୭ ମୃତ

କାବୁଲ: ପଞ୍ଜଶିର ଅଭେଦ୍ୟ ଗଡ଼ରେ ପଶିଲା ତାଲିବାନ୍। ଆଫଗାନିସ୍ତା ପରେ ଏବେ ଶେଷରେ ପଞ୍ଜଶିର ଅକ୍ତିଆର କରିନେଇଛି ତାଲିବାନ୍ ସଂଗଠନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଦେଶର ଚାରିଆଡୁ ଘେରି ରହିଥିବା ହଜାର ହଜାର ସଂଖ୍ୟାରେ ତାଲିବାନ୍ ପଞ୍ଜଶିର ଭିତରେ ପଶିଛନ୍ତି। ତାଲିବାନ ଶୁକ୍ରବାର ଦାବି କରିଛି ଯେ, ସେମାନେ ପଞ୍ଜଶିରକୁ ନିଜ ଅକ୍ତିକାରକୁ ଆଣିଛନ୍ତି। ପଞ୍ଜଶିର ଦଖଲ ପରେ ତାଲିବାନ ଖୁସିରେ ଫାଙ୍କା ଗୁଳିଚାଳନା କରି ଉତ୍ସବ ପାଳନ କରିଛି ।

ଆକାଶକୁ ଫାଙ୍କା ଗୁଳି ଚଳାଇ ଉତ୍ସବ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ଏହି ଫାଙ୍କା ଗୁଳିଚାଳନାରେ ୧୭ ମୃତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଓଲଟା ତାଲିବାନକୁ ବିଦ୍ରୋହୀ ଗୋଷ୍ଠୀ ବହୁ କ୍ଷତି ପହଞ୍ଚାଇଥିବା ଦାବି ହୋଇଛି।

ତାଲିବାନର ଏହି ଫାୟାରିଙ୍ଗ ପରେ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ଅପେରସନ୍ ଥିଏଟର ଭରିଯାଇଥିବା ସୂଚନା ମିଳିଛି। ଅପରେସନ୍ ରୁମରେ ବେଡ ଖାଲି ନଥିବାରୁ ଜଣେ ବ୍ୟକ୍ତିଙ୍କୁ ଏମରଜେନ୍ସି ରୁମରେ ଅପରେସନ୍ କରାଯାଉଥିବାର ସୂଚନା ମଳିଛି।

Leave A Reply

Your email address will not be published.