Odisha Link
Bridging the Missing Links in Odisha

ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ

ଭୁବନେଶ୍ୱର: ଜାମିନ ଖାରଜ ହେବାରୁ ଶେଷରେ ଜେଲ ଗଲେ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ। ଆଜି ଶୁଣାଣି ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ସୁଧାଂଶୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସୁଧାଂଶୁଙ୍କ ସହ ତାଙ୍କ ସହଯୋଗୀ ସ୍ମୃତି ରଞ୍ଜନ ବେହେରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ମାନ୍ୟବର କୋର୍ଟ।

ସୁଧାଂଶୁଙ୍କୁ ସାତ ଦିନ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଥିବାବେଳେ ପୁଲିସକୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ୱେବ ପୋର୍ଟାଲ ଏଡିଟର୍ ସୁଧାଂଶୁ ରାଉତ। ଏଥିସହ ସ୍ମୃତି ରଞ୍ଜନ ବେହେରା ନାମକ ଆଉ ଜଣେ ସାମ୍ବାଦିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।

ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜତ୍ ଉପରେ ଆଞ୍ଚ ଆଣିବା ପରି ଧାରାରେ ପୁଲିସ ମାମଲା ରୁଜୁ କରିଛି।

Leave A Reply

Your email address will not be published.