Odisha Link
Bridging the Missing Links in Odisha

ପାକିସ୍ତାନୀ ଡ୍ରୋନ୍‌ ଜରିଆରେ ପଞ୍ଜଶୀରରେ ବୋମା ବର୍ଷଣ

ପଞ୍ଜଶୀର: ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ଉପରେ ପାକିସ୍ତାନୀ ବାୟୁସେନା ଡ୍ରୋନ୍‌ରୁ ବୋମା ବର୍ଷଣ। ସମନଗନ୍‌ର ପୂର୍ବତନ ସାଂସଦ ଜିଆ ଅରିଆନଜାଦ୍‌ଙ୍କ ପ୍ରତିକ୍ରିୟରାୁ ‘ଆମଜ ନିଉଜ୍‌’ ରିପୋର୍ଟ କରିଛି ଯେ, ପଞ୍ଜଶୀର ଉପରେ ପାକିସ୍ତାନୀ ଡ୍ରୋନ୍ ସବୁ ‘ସ୍ମାର୍ଟ ବୋମା’ ବର୍ଷଣ କରିଛନ୍ତି।

ପଞ୍ଜଶୀରରେ ତାଲିବାନ୍ ପ୍ରତିରୋଧ ଆନ୍ଦୋଳନର ନେତୃତ୍ବ ନେଉଥିବା ଅହମଦ୍‌ ମାସୌଦ୍‌ଙ୍କ ମୁଖପାତ୍ର ଫହୀମ୍ ଦସ୍ତୀ ଲଢ଼େଇରେ ନିହତ ହୋଇଛନ୍ତି। ଅହମଦ୍‌ ଶାହ ମାସୌଦଙ୍କ ପୁତୁରା ତଥା ପୂର୍ବତନ ଖ୍ୟାତନାମା ମୁଜାହିଦୀନ୍ କମାଣ୍ଡର୍‌ ଜେନେରାଲ୍‌ ସାହିବ୍‌ ଅବ୍ଦୁଲ୍‌ ୱଦୁଦ୍‌ ଜୋର୍‌ ମଧ୍ୟ ଏହି ଲଢ଼େଇରେ ନିହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ଯୁଦ୍ଧରେ ବ୍ୟାପକ କ୍ଷତି ହେଉଥିବାରୁ ପଞ୍ଜଶୀର ଉପତ୍ୟକାରେ ‘ରେଜିଷ୍ଟାନ୍ସ୍‌ ଫୋର୍ସ’ ତୁରନ୍ତ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଛି। ପଞ୍ଜଶୀରରୁ ତାଲିବାନ୍ ଅପସରି ଯାଆନ୍ତୁ ବୋଲି ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ ପ୍ରସ୍ତାବ ଦେଇଛି। ପ୍ରତିବଦଳରେ ସେମାନେ (ରେଜିଷ୍ଟାନ୍‌ସ୍‌ ଫୋର୍ସ) ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.