Odisha Link
Bridging the Missing Links in Odisha

ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିବ ଜାତିସଂଘ

କାବୁଲ: ଆଫଗାନିସ୍ତାନକୁ ସମର୍ଥନ ଜାରି ରଖିବା ନେଇ ଘୋଷଣା କରିଛି ଜାତିସଂଘ। ଆଫଗାନିସ୍ତାନର ପଞ୍ଜଶୀରରେ ରେଜିଷ୍ଟେନ୍ସ ଫୋର୍ସ ଏବଂ ତାଲିବାନ ମଧ୍ୟରେ ଜାରି ରହିଛି ଯୁଦ୍ଧ। କିନ୍ତୁ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି ଜାତୀୟ ପ୍ରତିରୋଧ ବାହିନୀ। ତାଲିବାନ ସାମ୍ନାରେ ଯୁଦ୍ଧ ବନ୍ଦ କରିବାକୁ ଏନଆରଏଫ ମୁଖ୍ୟ ଅହମ୍ମଦ ମାସୁଦ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ପଞ୍ଜଶୀର ଏବଂ ଅନ୍ଦାରାବରେ ତାଲିବାନ ଆକ୍ରମଣକୁ ରୋକିବା ପାଇଁ ସର୍ତ୍ତ ରଖିଛନ୍ତି।

ଏହି ସମୟରେ ଆଫଗାନିସ୍ତାନକୁ ମିଳିତ ଜାତିସଂଘ ସମର୍ଥନ ଜାରି ରଖିବା ନେଇ ଘୋଷଣା କରିଛି। ତାଲିବାନ ସରକାର ଗଠନ ପୂର୍ବରୁ ତାଲିବାନର ମୁଖ୍ୟ ବରାଦାର କାବୁଲରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଜାତିସଂଘର ମାନବ ସମ୍ବଳ ବିଭାଗର ଅଣ୍ଡର ସେକ୍ରେଟେରୀ ଜେନେରାଲ ମାର୍ଟିନ ଗ୍ରିଫିଥ୍ସଙ୍କୁ ଭେଟିଥିଲେ। ବୈଠକ ପରେ ତାଲିବାନ ମୁଖପାତ୍ର ମହମ୍ମଦ ନାଏମ ଟ୍ୱିଟ କରି କହିଛନ୍ତି ଯେ ଆଫଗାନିସ୍ତାନ ସହ ମିଳିତ ଜାତିସଂଘ ଏହାର ସମର୍ଥନ ଏବଂ ସହଯୋଗ ଜାରି ରଖିବ।

ଏଥିସହ ମାର୍ଟିନ୍ ଗ୍ରିଫିଥସ୍ ଟ୍ୱିଟ୍ କରି କହିଛନ୍ତି ଯେ, ଆଫଗାନିସ୍ତାନରେ ଆବଶ୍ୟକ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନିରପେକ୍ଷ ମାନବିକ ସହାୟତା ଏବଂ ନିରାପତ୍ତା ଯୋଗାଇଦେବା ପାଇଁ ଜାତିସଂଘର ପ୍ରତିବଦ୍ଧତାକୁ ନିଶ୍ଚିତ କରିବାକୁ ମୁଁ ତାଲିବାନର ନେତୃତ୍ୱଙ୍କ ସହ ସାକ୍ଷାତ କରିଛି।

Leave A Reply

Your email address will not be published.