Odisha Link
Bridging the Missing Links in Odisha

ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି। ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି।

ପ୍ରଥମ ସିଫ୍ଟି ସକାଳ ୯ରୁ୧୧ପର୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟିଟି ୧୨ ଟା ୩୦ ରୁ ୨ଟା ଓ ତୃତୀୟ ସିଫ୍ଟରେ ଅପରାହ୍ନ ୪ ରୁ ୬ ଟା ପର୍ୟ୍ୟନ୍ତ ଚାଲିବ। ପ୍ରତି ସିଫ୍ଟର ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ଏଥର ୪୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି।