Odisha Link
Bridging the Missing Links in Odisha

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ କଡା ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ। ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବା ସହ ଇସ୍ରାଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପିକେଟ ଲଗାଇ ପୋଲିସ ତଦନ୍ତ କରୁଛି। ତେବେ ସେପ୍ଟେମ୍ବର ୬ ହେଉଛି ଇସ୍ରାଏଲର ନୂଆବର୍ଷ।

ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ୬ ସେପ୍ଟେମ୍ବରରେ ଇସ୍ରାଏଲର ଲୋକମାନେ ନୂଆବର୍ଷକୁ ପାଳନ କରୁଛନ୍ତି। ଏଥିପାଇଁ ଦୂତାବାସ ଓ ତାର ଆଖପାଖ ଅଞ୍ଚଳରେ ନଜର ରଖାଯାଉଛି। ଦିଲ୍ଲୀ ପୋଲିସ ବ୍ୟତୀତ ସାମରିକ ବାହିନୀଙ୍କୁ ମଧ୍ୟ ଇସ୍ରାଏଲ୍ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନଗୁଡିକର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି।

Leave A Reply

Your email address will not be published.