Odisha Link
Bridging the Missing Links in Odisha

‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ

ତେଲେଙ୍ଗାନା: ଏଣିକି ଡ୍ରୋନ୍ ମାଧ୍ୟମରେ ଘରେ ପହଞ୍ଚିବ ଔଷଧ। ରାସ୍ତା ଜାମ କିମ୍ବା ଔଷଧ ଆଣିବା ପାଇଁ ପାଖରେ କେହି ନଥିଲେ ବି ଘରେ ପହଞ୍ଚିବ ଔଷଧ। ତେଲେଙ୍ଗାନାରେ ‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ସମୟରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ।

ସିନ୍ଧିଆ କହିଛନ୍ତି ଯେ, ଏହି ପ୍ରକଳ୍ପ ଅଧୀନରେ ଡ୍ରୋନ୍ ବ୍ୟବହାର କରି ଔଷଧ ଏବଂ ଟିକା ବିତରଣ କରାଯିବ। ବର୍ତ୍ତମାନ ପାଇଲଟ ପ୍ରକଳ୍ପ ଭାବରେ ତେଲେଙ୍ଗାନାର ୧୬ଟି ଗ୍ରୀନ୍ ଜୋନରେ ଏହା ଆରମ୍ଭ ହୋଇଛି। ଏହାର ତଥ୍ୟ ତିନି ମାସ ପରେ ବିଶ୍ଳେଷଣ କରାଯିବ। ପରେ ତଥ୍ୟ ଆଧାରରେ ଏହା ସମଗ୍ର ଦେଶରେ ଆରମ୍ଭ ହେବ। ପରେ ବିମାନ ଚଳାଚଳ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଦେଶ ପାଇଁ ଏକ ମଡେଲ ପ୍ରସ୍ତୁତ କରିବେ।

Leave A Reply

Your email address will not be published.