Odisha Link
Bridging the Missing Links in Odisha

ଅଧା ପ୍ରସବ ଅବସ୍ଥାରେ ହାତଗୋଡ଼ ବନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଅଧା ପ୍ରସବ ଅବସ୍ଥାରେ ହାତଗୋଡ଼ ବନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର। ଜଣେ ଗର୍ଭବତୀଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଗର୍ଭରେ ଥିବା ପିଲା ଅଧା ପ୍ରସବ ଅବସ୍ଥାରେ ରହିଛି। ଆଉ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଛି।

୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟ ବ୍ରିଜ୍‌ ତଳେ ଜଣେ ଗର୍ଭବତୀଙ୍କ ହାତ ଓ ଗୋଡ଼ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରି ନାହିଁ।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନ୍ୟ କେଉଁଠି ହତ୍ୟା କରାଯାଇ ସେଠାରେ ମୃତଦେହ ଫୋପାଡି ଦିଆଯାଇଛି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.