Odisha Link
Bridging the Missing Links in Odisha

ପୂରଣ ହେଲା ନୀରଜଙ୍କର ଆଉ ଏକ ସ୍ୱପ୍ନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କର ଆଉ ଏକ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି। ନିଜ ମାତାପିତାଙ୍କୁ ଫ୍ଲାଇଟରେ ବସାଇବା ନୀରଜଙ୍କର ସ୍ୱପ୍ନ ଥିଲା। ଏବେ ନୀରଜଙ୍କ ନିଜ ମାତାପିତାଙ୍କୁ ବିମାନରେ ଯାତ୍ରା କରାଇଛନ୍ତି। ଏନେଇ ନୀରଜ ଶନିବାର ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ଟ୍ୱିଟରରେ ନୀରଜ ଲେଖିଛନ୍ତି, ଆଜି ଜୀବନର ଏକ ସ୍ୱପ୍ନ ପୂରଣ ହୋଇଛି। ମୁଁ ମୋ ମାତାପିତାଙ୍କୁ ପ୍ରଥମଥର ଫ୍ଲାଇଟରେ ବସାଇ ପାରିଛି। ସମସ୍ତଙ୍କୁ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ସର୍ବଦା ଋଣୀ ହୋଇ ରହିବି।

ନୀରଜ ଟୋକିଓ ଅଲିମ୍ପିକ୍ସରେ ୮୭.୫୯ ମିଟର୍ ଜାଭେଲିନ୍ ଥ୍ରୋ’ କରି ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିବା ନୀରଜଙ୍କୁ ସବୁଠି ସମ୍ମାନିତ କରାଯାଉଛି। ନୀରଜ ଏବେ ପ୍ରତି ବିଜ୍ଞାପନ ପାଇଁ ୧ରୁ ୫ କୋଟି ଟଙ୍କାର ପ୍ରାପ୍ୟ ନେଉଛନ୍ତି। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜଙ୍କ ପାଖରେ ବହୁତ କମ୍ ବିଜ୍ଞାପନ ଥିଲା।

Leave A Reply

Your email address will not be published.