Odisha Link
Bridging the Missing Links in Odisha

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାର ତଦନ୍ତ କରିବ କମିଶନରେଟ ପୁଲିସ

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ଦାସ ଘଟଣାର ତଦନ୍ତ କରିବ କମିଶନରେଟ୍ ପୁଲିସ । ଘଟଣାର ତଦନ୍ତ ପାଇଁ ପତ୍ର ଲେଖିଛି ଜଗତସିଂହପୁର ପୁଲିସ। ମାମଲାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବ କମିଶନରେଟ୍ ପୁଲିସ। ଏ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଘଟଣା ପୂର୍ବରୁ ଦୁଷ୍ମନ୍ତ କାହା କାହା ସମ୍ପର୍କରେ ଆସିଥିଲା? ଦୁଷ୍ମନ୍ତ ଭୁବନେଶ୍ବରରେ କିଭଳି ପହଞ୍ଚିଲେ? ଭୁବନେଶ୍ବରରେ ପହଞ୍ଚିବା ପୂର୍ବରୁ ସେ କାହା କାହା ସହ ମୋବାଇଲରେ କଥା ହୋଇଥିଲା? ଦୁଷ୍ମନ୍ତ ନିଜ ଇଚ୍ଛାରେ ଆସିଥିଲେ ନାଁ ତାଙ୍କୁ କେହି ଭୁବନେଶ୍ବର ଆସିବାକୁ ପ୍ରବର୍ତ୍ତାଇଥିଲେ? ଦୁଷ୍ମନ୍ତ ଯେଉଁ ବିଷ ପିଇଥିଲେ? ତାହାକୁ ସେ ନିଜେ କିଣିକି ଆଣିଥିଲେ ନା ଅନ୍ୟ କେହି ତାଙ୍କୁ ବିଷ ଆଣିଦେଇଥିଲେ? ଏ ସମସ୍ତ ଘଟଣାର ତଦନ୍ତ କରିବ କମିସନରେଟ ପୁଲିସ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସସିବିକୁ ପଠାଇଥିଲେ। ସେଠାରେ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏସସିବି ଡାକ୍ତର। ଏହାପରେ ଦୁଷ୍ମନ୍ତଙ୍କ ମା’ ତାଙ୍କୁ ଦୁଇ ଜଣ ଯୁବକ ଡାକି ନେଇଥିବା ଅଭିଯୋଗ ମଧ୍ୟ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଲାଲବାଗ୍ ଥାନା ପୋଲିସ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କଟକ ଏସସିବିର ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ କରିବା ଆରମ୍ଭ କରିଛି। ପରେ ଭୁବନେଶ୍ବର ଆସି ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ପର୍ଯ୍ୟନ୍ତ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବ।

Leave A Reply

Your email address will not be published.