Odisha Link
Bridging the Missing Links in Odisha

ଇସ୍ତଫା ଦେଲେ ଗୁଜୁରାଟ ବିଧାନସଭା ବାଚସ୍ପତି

ଗୁଜୁରାଟ: ପଦାରେ ପଡିଛି ଗୁଜୁରାଟ ବିଜେପିର କନ୍ଦଳ। ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜୁରାଟ ବିଜେପିରେ କନ୍ଦଳ। ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ। ଏହା ପୂର୍ବରୁ ଗୁଜୁରାଟ ବିଧାନସଭାର ବାଚସ୍ପତି ତଥା ବିଜେପି ବିଧାୟକ ରାଜେନ୍ଦ୍ର ତ୍ରିବେଦୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଗୁଜୁରାଟ ବିଧାନମଣ୍ଡଳ ସଚିବାଳୟରେ ରାଜେନ୍ଦ୍ର ତ୍ରିବେଦୀ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ବି ତତ୍କାଳ ସ୍ୱିକାର କରାଯାଇଛି। ଅନ୍ୟପଟେ ଆଜି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ୨୭ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି ଓ ପ୍ରାୟ ସମସ୍ତ ପୁରୁଣା ମନ୍ତ୍ରୀମାନଙ୍କୁ ପଦରୁ ହଟାଇ ଦିଆଯାଇଛି।

ଦଳ ସ୍ପଷ୍ଟ କରିଛି କି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବି ନୂଆ ହେବାକୁ ଯାଉଛି। ଏହାସହ କୁହାଯାଇଛି କି, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବି ଚାହୁଁଥିଲେ କି ନୂଆ ବିଧାୟକମାନେ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୁଅନ୍ତୁ। ଏହାସହ ପୁରୁଣା ମନ୍ତ୍ରୀମଣ୍ଡଳ ତୁଳନାରେ ନୂଆ ମନ୍ତ୍ରୀମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ବି ବୃଦ୍ଧି କରାଯାଇଛି।

Leave A Reply

Your email address will not be published.