Odisha Link
Bridging the Missing Links in Odisha

ଶେହନାଜ୍‌ଙ୍କୁ ପରାମର୍ଶ ଦେଲେ ସିଦ୍ଧାର୍ଥଙ୍କ ମାଆ କହିଲେ…

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଦୁଇଜଣଙ୍କୁ ଅଧିକ ପ୍ରଭାବିତ କରିଛି ସେମାନେ ହେଲେ ସିଦ୍ଧାର୍ଥଙ୍କ ମାଁ ରିତା ଶୁକ୍ଳା ଆଉ ଶେହନାଜ ଗିଲ। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହାନ୍ତି ଶେହନାଜ। ବର୍ତ୍ତମାନ ସେ ଗୋଟେ ପ୍ରକାର ଡିପ୍ରେସନକୁ ଚାଲି ଯାଇଛନ୍ତି। ଏଭଳି ସମୟରେ ଶେହନାଜଙ୍କ ସାଥ ଦେଇଛନ୍ତି ସିଦ୍ଧାର୍ଥଙ୍କ ମାଁ ରିତା। ଏବେ ସେ ଜଣେ ମାଁ ପରି ହିଁ ଶେହନାଜଙ୍କ ଦେଖା ଚାହାଁ କରୁଛନ୍ତି।

ରିତା ଜମା ବି ଚାହୁଁନାହାନ୍ତି କି ଶେହନାଜ ଡିପ୍ରେସନରେ ରୁହନ୍ତୁ। ଏହି କାରଣରୁ ପୁଣି ଥରେ ନିଜ କାମକୁ ଫେରିବାକୁ ରିତା ଶେହନାଜଙ୍କୁ ପରାମର୍ଶ ଦେଇଛନ୍ତି। କାମରେ ବ୍ୟସ୍ତ ରହିଲେ ହିଁ ସେ ସମସ୍ତ ଦୁଃଖକୁ ଭୁଲି ପାରିବେ ବୋଲି ରିତା କହିଛନ୍ତି। ଖାଲି ସିଦ୍ଧାର୍ଥଙ୍କ ବିଷୟରେ ଭାବିବା ଛଡ଼ା ଅନ୍ୟ କୌଣସି କାମରେ ସେ ନିଜକୁ ବ୍ୟସ୍ତ ରଖିବା ଉଚିତ।

ସିଦ୍ଧାର୍ଥଙ୍କୁ ହରେଇ ଠିକରେ ଖିଆପିଆ କରୁନାହାନ୍ତି ଶେହନାଜ । ଆଉ ତାଙ୍କୁ ସମ୍ଭାଳିବା ପାଇଁ ଭାଇ ଶହବାଜ ବି ଆସି ମୁମ୍ବାଇରେ ପହଂଚିଥିଲେ। ସେବେଠାରୁ ହିଁ ସେ ତାଙ୍କ ସାଥିରେ ଅଛନ୍ତି। ସୂଚନାରୁ ଜଣାପଡିଥିଲା କି ଚଳିତ ବର୍ଷ ସିଦ୍ଧାର୍ଥ ଓ ଶେହନାଜ୍‌ ଦୁହେଁ ଡିସେମ୍ବରରେ ବିବାହ କରିବାର ଥିଲା। ଏହା ବ୍ୟତୀତ କୁହାଯାଉଥିଲା କି ଦୁହିଁଙ୍କ ନିର୍ବନ୍ଧ ପୂର୍ବରୁ ସରିଥିଲା। ଆଉ ଦୁହେଁ ବିବାହ ପ୍ରସ୍ତୁତିରେ ଥିଲେ।

Leave A Reply

Your email address will not be published.