Odisha Link
Bridging the Missing Links in Odisha

କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ଼ ବୟାନ। ତାଲିବାନ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ତାଲିବାନ ସରକାରକୁ ବାରମ୍ବାର ସମର୍ଥନ କରୁଥିବାରୁ ପାକିସ୍ତାନକୁ ପ୍ରଂଶସା କରିଛି। ଏପରିକି ବିଶ୍ୱ ସମୁଦାୟକୁ ଆଫଗାନିସ୍ତାନ ସହ ଯୋଡିବାକୁ ପାକିସ୍ତାନ ପ୍ରୟାସ ପ୍ରଂଶସନୀୟ ବୋଲି ଜବିହୁଲ୍ଲାହ କହିଛି। କେବଳ ଏତିକି ନୁହେଁ ପାକିସ୍ତାନର ପ୍ରଂଶସା ସହ କାଶ୍ମୀରକ ନେଇ ବଡ ବୟାନ ଦେଇଛି।

ପୂର୍ବରୁ କାଶ୍ମୀର ଭାରତ ଆଭ୍ୟନ୍ତରୀଣ ମାମଲା, ଏଥିରେ ତାଲିବାନ ମୁଣ୍ଡ ଖେଳାଇବନି ବୋଲି କହିଥିଲା। କିନ୍ତୁ ପରେ ନିଜ ବୟାନରୁ ଓହରିବା ସହ ତାଲିବାନ କହିଥିଲା ଯେ, କାଶ୍ମୀରରେ ସମସ୍ୟାରେ ଥିବା ମୁସଲିମଙ୍କ ପାଇଁ ତାଲିବାନ ସ୍ୱର ଉଠାଇବା ଜାରି ରଖିବ। ଆଉ ଏବେ ପୁଣିଥରେ ସେହି ପ୍ରସଙ୍ଗରେ ମୁହଁ ଖୋଲିଛି ଜବିହୁଲ୍ଲାହ। ପୂରା ବିଶ୍ୱରେ ଏମିତି କ୍ଷେତ୍ର ରହିଛି ଯେଉଁଠି ମୁସଲିମଙ୍କ ଉପରେ ଖରାପ ବ୍ୟବହାର କରାଯାଉଛି। ସେ ଫିଲିସ୍ତାନ ହେଉ ବା କାଶ୍ମୀର ଅବା ମିଆଁମାର। ମୁସଲିମଙ୍କ ସହ ଅତ୍ୟାଚାର ହେଉଛି ତାହା ଚିନ୍ତାଜନକ ଏବଂ ତାଲିବାନ ଏହାର ବିରୋଧ କରିବ ନିଶ୍ଚୟ। ଜମ୍ମୁ-କାଶ୍ମୀରରେ ମୁସଲିମଙ୍କ ମାନବଧିକାର ଛଡାଇନେବା ଉପରେ ତାଲିବାନ ଆପତ୍ତି ଉଠାଇବ ନିଶ୍ଚୟ। ଏପରିକି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅତ୍ୟାଚାର ପୀଡିତ ମୁସଲିମଙ୍କୁ ସମସ୍ତ ପ୍ରକାର ସହାୟତା କରିବା ତାଲିବାନ ଜାରି ରଖିବ।

ଜବିହୁଲ୍ଲାହ କହିଛି, ପାକିସ୍ତାନ ଆମର ପଡୋଶୀ ଦେଶ। ଆଫଗାନିସ୍ତାନକୁ ନେଇ ପାକିସ୍ତାନ ଯେଉଁଭଳି ଆଭିମୁଖ୍ୟ ଦେଖାଉଛି ତାହା ବାସ୍ତବରେ ବେଶ ପ୍ରଂଶସନୀୟ। ଆଫଗାନିସ୍ତାନ ବିଶ୍ୱ ସମୁଦାୟ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି। ଆର୍ଥିକ ଓ ବାଣିଜ୍ୟିକ କାରବାର କରିବାକୁ ଚାହୁଁଛି। ଅନ୍ୟ ପଡୋଶୀ ରାଷ୍ଟ୍ର ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଆଫଗାନିସ୍ତାନକୁ ସମର୍ଥନ କରିବା ଉଚିତ। ଏପରିକି ଅନେକ ରାଷ୍ଟ୍ର ଆଫଗାନିସ୍ତାନ ସପକ୍ଷରେ ଅନ୍ତର୍ଜାତୀୟ ସମୁଦାୟ ଓ ଆମେରିକା ଆଗରେ ସ୍ୱର ଉଠାଇଛନ୍ତି।

ଏହାସହ ଜବିହୁଲ୍ଲାହ କହିଛି, ଯଦି କୌଣସି ଦେଶ କିମ୍ବା ସମୁଦାୟ ଆଫଗାନିସ୍ତାନ ଉପରେ ଆକ୍ରମଣ କରିବ କିମ୍ବା ସରକାର ବିପକ୍ଷରେ ଲଢେଇ କରିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ଏପରିକି ଆଫଗାନିସ୍ତାନକୁ ପାକିସ୍ତାନ ସହ ସଂଯୋଗ କରିବାକୁ ଉଦ୍ୟମ କରିବୁ। ସଡ଼କପଥରେ ଆଫଗାନିସ୍ତାନକୁ ପାକିସ୍ତାନ ସହ ଯୋଡିବାକୁ ପ୍ରୟାସ କରିବ ତାଲିବାନ ସରକାର।

Leave A Reply

Your email address will not be published.