Odisha Link
Bridging the Missing Links in Odisha

ଟ୍ରେଜେରୀ ଅଫିସ୍‌ରେ ଲାଗିଲା ନିଆଁ

କରଞ୍ଜିଆ: ଟ୍ରେଜେରୀ ଅଫିସ୍‌ରେ ଲାଗିଲା ନିଆଁ। କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ଅନେକ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଠାରେ ୫ରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିବା ବେଳେ କିପରି ନିଆଁ ଲାଗିଲା ତାହା ତଦନ୍ତ କରାଯାଉଛି।

ଟ୍ରେଜେରୀ ଅଫିସ୍‌ର ଜଣେ କର୍ମଚାରୀ ହେମେନ୍ଦ୍ର ମୁର୍ମୁ କହିଛନ୍ତି ଯେ, ସାଢ଼େ ୪ଟା ପାଖାପାଖି ସେ ନିଆଁ ଲାଗିଥିବା ନେଇ ଖବର ପାଇଲେ। ସେତେବେଳେ ସେ ତାଙ୍କ ଘରେ ଥିଲେ। ସେ ପହଞ୍ଚିଲା ବେଳକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ସାରିଥିଲା। ତେବେ ଅଗ୍ନିକାଣ୍ଡରେ କିଛି କମ୍ପ୍ୟୁଟର, ପ୍ରିଣ୍ଟର, ବହୁ ଫାଇଲପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.