Odisha Link
Bridging the Missing Links in Odisha

ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ

ଆରଡି: ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଦେଖିବାକୁ ମିଳିଛି। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।। ସ୍ୱାମୀର ନାଁ ଅମୂଲ୍ୟ ଜେନା

ସୂଚନା ମୁତାବକ, ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ସ୍ତ୍ରୀର ନାଁ ସୁଲୋଚନା ଜେନା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିଥାଏ। ତେବେ ଆଜି ଦୁଇଜଣଙ୍କ ମଧ୍ୟରେ କଳହ ପ୍ରଚଣ୍ଡ ରୂପ ନେଇଥିଲା। ଯାହା ଫଳରେ ପ୍ରଥମେ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା ସ୍ୱାମୀ। ଯେଉଁଥିରେ ସ୍ତ୍ରୀର ସବୁ ଦାନ୍ତ ଝଡ଼ିପଡ଼ିଛି। ଏହା ପରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଚାଳରେ ଲାଗିଥିବା ଦା କୁ ଆଣି ସ୍ୱାମୀର ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଖାଲି ସେତିକି ନୁହେଁ ସ୍ୱାମୀର ଗଳାକୁ ମଧ୍ୟ ଆକ୍ରମଣ କରିଥିଲା।

ସେପଟେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ସ୍ଵାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.