Odisha Link
Bridging the Missing Links in Odisha

ଅନୁଭବଙ୍କ ରାତିଅଧିଆ ପୋଷ୍ଟ, ବର୍ଷକ ତଳର ଭିଡିଓ ପୋଷ୍ଟ କରି ମାଗିଲେ ନ୍ୟାୟ

ସୋସିଆଲ ମିଡିଆ ସାଇଟ୍‌ ଫେସବୁକ୍‌ ଓ ଟ୍ବିଟରରେ ସିରିଜ ପୋଷ୍ଟ କରିଛନ୍ତି ଅନୁଭବନ। ବର୍ଷାଙ୍କ ସହ ପାରିବାରିକ ବିବାଦ ମାମଲାରେ ନିଜକୁ ପୀଡ଼ିକ ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହନ୍ତି। ବର୍ଷକ ତଳର କିଛି ଭିଡିଓକୁ ପୋଷ୍ଟ କରି ସେ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି।

ଭୁବନେଶ୍ବର: ପୁଣିଥରେ ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଓଲିଉଡ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଲାଗିରହିଥିବା ପାରିବାରିକ ବିବାଦ ମାମଲା ଏବେ ବି କୋର୍ଟରେ ବିଚାରଧୀନ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରାତି ଅଧିଆ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚାରେ ଅନୁଭବ।

ସୋସିଆଲ ମିଡିଆ ସାଇଟ୍‌ ଫେସବୁକ୍‌ ଓ ଟ୍ବିଟରରେ ସିରିଜ ପୋଷ୍ଟ କରିଛନ୍ତି ଅନୁଭବନ। ବର୍ଷାଙ୍କ ସହ ପାରିବାରିକ ବିବାଦ ମାମଲାରେ ନିଜକୁ ପୀଡ଼ିକ ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହନ୍ତି। ବର୍ଷକ ତଳର କିଛି ଭିଡିଓକୁ ପୋଷ୍ଟ କରି ସେ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ଅନୁଭବ ତାଙ୍କର ଏହି ପୋଷ୍ଟରେ ପତ୍ନୀ ବର୍ଷାଙ୍କୁ ଟ୍ୟାଗ୍ କରିଛନ୍ତି। ଏଥିସହିତ ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା, ସୁପ୍ରିମ୍ କୋର୍ଟ ଆଇନଜୀବୀ ଅଶ୍ୱିନୀ ଦୁବେ, ଦୀପିକା ନାରାୟଣ ଭରଦ୍ୱାଜଙ୍କୁ ମଧ୍ୟ ସେ ଟ୍ୟାଗ୍ କରିଛନ୍ତି। ତେବେ ବର୍ଷକ ତଳର ଘଟଣାକୁ ଅନୁଭବ କାହିଁକି ଏବେ ରାତି ଅଧି୍ଆ ପୋଷ୍ଟ କଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋାଇଯାଇଛି।

ଅନୁଭବ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ କରି ଲେଖିଛନ୍ତି ଯେ, ମୋର କିମ୍ବା ମୋ ପରିବାରର ଉଦ୍ଦେଶ୍ୟ ବର୍ଷାଙ୍କୁ ଘରୁ ବାହାର କରିବାର ନଥିଲା। ଜରୁରୀ କାମ ପାଇଁ ମୁଁ କିଛି ସମୟ ଘରକୁ ଯିବାକୁ ଚାହୁଁଥିଲି। ଏହା ବଦଳରେ ମୋତେ ଅଟକା ଯାଇଥିଲା। ମାମଲାର ଚୂଡାନ୍ତ ରାୟ ନ ଆସିବା ଯାଏଁ ସେ କିମ୍ବା ତାଙ୍କ ପରିବାର ବର୍ଷାଙ୍କୁ ଘରୁ ବାହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ।

ସେ ଆହୁରି ଲେଖିଛନ୍ତି ଯେ, ଆମେ ନୀରିହ ଓ ଏହାକୁ ପ୍ରମାଣିତ ମଧ୍ୟ କରିଛୁ। ତଦନ୍ତରେ ନିରପେକ୍ଷତା ରହିବା ଦରକାର। ଯିଏ ଭୁଲ୍ କରିଛି ସେ ଦଣ୍ଡ ପାଉ। କିନ୍ତୁ ଯିଏ ନିର୍ଦ୍ଦୋଷ ତାକୁ ଦଣ୍ଡ ନମିଳୁ। ତାଙ୍କ ମା, ଭାଇଙ୍କ ପତ୍ନୀ ଓ ଝିଆରୀ ବି ମହିଳା, ସେମାନଙ୍କୁ କାହିଁକି ନ୍ୟାୟରୁ ବଞ୍ଚିତ କରାଯାଉଛି। ଏହା ବହୁତ ଯନ୍ତ୍ରଣାଦାୟକ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।