Odisha Link
Bridging the Missing Links in Odisha

ନିକଟରେ ହୋଇଥିଲା ଛାଡ଼ପତ୍ର, ଏବେ ପୁଣି ଏକାଠି ଆସିଲେ ନଜର

ମୁମ୍ବାଇ: ନିିକଟରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ଓ ସାଉଥ୍‌ ଅଭିନେତ୍ରୀ ସାମନ୍ଥାଙ୍କର ଛାଡ଼ପତ୍ର ହୋଇଥିଲା। ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଇଥିଲା। ହେଲେ ଛାଡ଼ପତ୍ର ପରେ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି। ହାଇଦ୍ରାବାଦର ରାମନାଇଡୁଙ୍କ ଷ୍ଟୁଡିଅରେ ସାମନ୍ଥା ଓ ନାଗା ଚୈତନ୍ୟ ଏକାଠି ନଜର ଆସିଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହାଇଦ୍ରାବାଦର ରାମାନାଇଡୁଙ୍କ ଷ୍ଟୁଡିଓରେ ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ସେମାନଙ୍କର ଫିଲ୍ମର ସୁଟିଂ ହେତୁ ଏଠାକୁ ଆସିଥିଲେ। ନାଗା ତାଙ୍କ ଫିଲ୍ମ ‘ବଙ୍ଗାରାଜୁ’ର ସୁଟିଂ ପାଇଁ ସେଠାରେ ପହଞ୍ଚିଥିବାବେଳେ ସାମନ୍ଥା ତାଙ୍କ ଫିଲ୍ମ’ ଯଶୋଦା’ର ସୁଟିଂ ପାଇଁ ପହଞ୍ଚିଥିଲେ।

ହେଲେ ନାଗା-ସାମନ୍ଥା ହୁଏତ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇନଥିଲା। ସୁଟିଂ ପରେ ଉଭୟ ନିଜ ନିଜ ଗାଡିରେ ବସି ସେହି ସ୍ଥାନ ଛାଡିଥିଲେ।

Leave A Reply

Your email address will not be published.