Odisha Link
Bridging the Missing Links in Odisha

ଓମିକ୍ରନ୍‌ ଭୟ: ସ୍କୁଲ, ସିନେମା ହଲ୍‌ ବନ୍ଦ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ସଂକ୍ରମଣ। ଏଥିସହିତ ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।

ଓମିକ୍ରନ୍‌ ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଏହା ସହ କିଛି ନୂଆ କଟକଣା ଲଗାଇଛନ୍ତି । ଏହି ନୂଆ କଟକଣା ଅନୁସାରେ ମେଟ୍ରୋରେ ୫୦ ପ୍ରତିଶତ ଲୋକ ଯାତାୟତ କରିପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ।

ସେହିପରି ବାହାଘର, ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ନିୟମ ଅନୁସାରେ ଖୋଲିବ। କେଜିରୱାଲ ସରକାର ଏନେଇ ନୂଆ ନିୟମ ଜାରି କରିଛନ୍ତି ।

Leave A Reply

Your email address will not be published.