Odisha Link
Bridging the Missing Links in Odisha

‘ବିଜେପିକୁ କୋଟିଏ ଭୋଟ୍‌ ଦିଅ, ମଦ ୭୦ ଟଙ୍କାରେ ଦେବି’

ହାଇଦ୍ରାବାଦ: ୨୦୨୪ରେ ସାରା ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ୨୦୨୪ ନିର୍ବାଚନକୁ ଯଦି ଫାଇନାଲ କୁହାଯାଏ ତେବେ ୨୦୨୨ ହେଉଛି ସମସ୍ତ ରାଜନୈତିକ ଦଳ ପାଇଁ ସେମି ଫାଇଇନାଲ ମୁକାବିଲା। ୨୦୨୨ ସେମିଫାଇନାଲ ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ଆଉ ସବୁ ଦଳର ନେତା ଲାଗିପଡ଼ିଛନ୍ତି ଭୋଟ ହାତେଇବା ପାଇଁ। ଏପରିକି ଭୋଟରଙ୍କୁ ମନେଇବା ପାଇଁ ବଡ଼ ବଡ଼ ଘୋଷଣା କରିବା ସହିତ ନୂଆ ଫଣ୍ଡା ଆପଣାଉଛନ୍ତି ନେତା।

ନିକଟରେ ଆନ୍ଧ୍ରପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ କରିଛନ୍ତି ଅଜବ ଘୋଷଣା। ସେ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ‘ଭାରତୀୟ ଜନତା ପାର୍ଟିକୁ ଏକ କୋଟି ଭୋଟ ଦିଅନ୍ତୁ। ଆମେ ତୁମକୁ ମାତ୍ର ୭୦ ଟଙ୍କାରେ ଟଙ୍କାରେ ମଦ ଯୋଗାଇଦେବୁ। ଯଦି ଆମର ଅଧିକ ରାଜସ୍ୱ ବଢ଼ିବ, ତେବେ ଆମେ ଏହି ଦମ୍‌କୁ ଆହୁରି କମ୍‌ କରିଦେବୁ। ଆପଣଙ୍କୁ ମାତ୍ର ୫୦ ଟଙ୍କାରେ ବି ମଦ ଯୋଗାଇ ପାରିବୁ।’

ସେ ଆହୁରି କହିଛନ୍ତି ଯେ, ଯଦି ଆପଣମାନେ ବିଜେପିକୁ ଭୋଟ୍‌ ଦେଇ ଜିତାନ୍ତି ତେବେ ରାଜ୍ୟରେ ମଦ ବେଶ୍‌ ଶସ୍ତା ହେବ। ଏପରିକି ଶାସକ ଦଳର ନେତାଙ୍କ ସହ ମିଶି ରାଜ୍ୟରେ ନିମ୍ନମାନର ମଦକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏକ କୋଟି ଲୋକ ଅଧିକ ମୂଲ୍ୟ ଦେଇ ନିମ୍ନମାନର ମଦ ପିଉଛନ୍ତି ଏବଂ ତେଣୁ ଭଲ ମଦ ପିଇବାକୁ ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ଦେବାକୁ କହିଛନ୍ତି ସେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି।

ବିହାରରେ ମଦ ନିଷେଧାଦେଶ ଉପରେ ବିଜେପି ମିଳିତ ମଞ୍ଚର ଆଲୋଚନା ଚାଲିଥିବାବେଳେ ଆନ୍ଧ୍ରପ୍ରଦେଶର ବିଜେପି ନେତା ମଦ ସମ୍ପର୍କରେ ଏପରି ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.