Odisha Link
Bridging the Missing Links in Odisha

ବାଲେଶ୍ବର: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଏକ୍ସପ୍ରେସ୍, ୫୦ରୁ ଉର୍ଦ୍ଧ୍ବ ଆହତ

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନାଗା ରେଲ ଷ୍ଟେସନରେ ଦୁର୍ଘଟଣା। ବାହାନାଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେଉ ଉପରେ ଚଢ଼ିଗଲା କରମଣ୍ଡଳ ଏକ୍ପପ୍ରେସ। ଏହି ଦୁର୍ଘଟଣାରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।

ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଉଛନ୍ତି। ହେଲେ ଖବର ଲେଖା ହେବା ପର୍ଯ୍ୟଡ଼୍ତ ବର୍ତ୍ତମାନ ରେଳ ବିଭାଗ କିମ୍ୱା ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ।

Leave A Reply

Your email address will not be published.