ମାଲକାନଗିରି ଵାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର
୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର

ଓଏଲ୍ ବ୍ୟୁରୋ: ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳକୁ ହେବ ରାସ୍ତା। ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାର ୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବ ୧୭୨.୫୩ କିମି ରାସ୍ତା। ଚିତ୍ରକୋଣ୍ଡା, କାଲିମେଳା କୋରୁକୋଣ୍ଡା, ପଡ଼ିଆ ବ୍ଲକରେ ରାସ୍ତା। ମାଓ ପ୍ରଭାବିତ ଓ ଦୂରଦୂରାନ୍ତ ଗାଁକୁ ରାସ୍ତା ସଂଯୋଗ ହେବ। ୫ଟି ସଚିବଙ୍କ ମାଲକାନଗିରି ଗସ୍ତ ବେଳେ ମିଳିଥିଲା ପ୍ରସ୍ତାବ।