Odisha Link
Bridging the Missing Links in Odisha

ବୁଧବାର ବିରୋଧୀ ସାଂସଦଙ୍କୁ ଭେଟିବେ ରାଷ୍ଟପ୍ରତି, ମଣିପୁର ପ୍ରସଙ୍ଗରେ କରିବେ ଆଲୋଚନା

ଓଏଲ୍‌ ବ୍ୟୁରୋ: ମଣିପୁରରେ ଲାଗି ରହିଥିବା ହିଂସାକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ସଂସଦର ମୌସୁମୀ ଅଧିବେଶନ। ପ୍ରାୟ ୩ ମାସ ହେଲା ମଣିପୁର ଅଶାନ୍ତ ହୋଇ ରହିଛି। ଏହାକୁ ନେଇ ସରକାର, ବିରୋଧୀ ସମସ୍ତେ ଚିନ୍ତାରେ। ଏବେ ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳର ସାଂସଦମାନଙ୍କୁ ଭେଟିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜି ହୋଇଛନ୍ତି। ନିକଟରେ ରାଷ୍ଟ୍ରପତିଙ୍କୁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଗୋଟିଏ ଚିଠି ଲେଖଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ବିରୋଧୀ ଦଳ ସାଂସଦଙ୍କ ଏକ ଟିମ୍‌କୁ ରାଷ୍ଟ୍ରପତି ଭେଟିବେ। ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଛନ୍ତି।

ନିକଟରେ ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ତର୍ଜମା କରିଥିଲେ। ତେଣୁ ତୃଣମୂଳସ୍ତରରେ ଘଟୁଥିବା ଘଟଣା ସମ୍ପର୍କରେ ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅବଗତ କରାଇବାର ଯୋଜନା ରହିଛି।

Leave A Reply

Your email address will not be published.