Odisha Link
Bridging the Missing Links in Odisha

ତୀବ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ, ଇସ୍ରାଏଲକୁ କଡ଼ା ବିରୋଧ କଲେ ୩ ଦେଶ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲର ଜୋରଦାର ଗ୍ରାଉଣ୍ଡ ଅପରେସନକୁ କଡ଼ା ବିରୋଧ କରାଯାଇଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲକୁ କଡ଼ା ବିରୋଧ କଲେ ୩ ଲାଟିନ୍ ଆମେରିକୀୟ ଦେଶ।

ଇସ୍ରାଏଲ ସହ କୂଟନୈତିକ ସଂପର୍କ ଛିନ୍ନ କଲା ବଲିଭିଆ। ଇସ୍ରାଏଲ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନକୁ ବର୍ବର କହି ବଲିଭିଆ ସମାଲୋଚନା କରିଛି। ଇସ୍ରାଏଲରୁ ନିଜ ରାଷ୍ଟ୍ରଦୂତଙ୍କୁ କଲମ୍ବିଆ ଓ ଚିଲ ପ୍ରତ୍ୟାହାର କରିଛନ୍ତି। ଅସ୍ତ୍ରବିରତି ଦାବି କରି କଲମ୍ବିଆ ଓ ଚିଲି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରହିଥିଲା।

Leave A Reply

Your email address will not be published.