ଛତିଶଗଡ଼ରେ ନିର୍ବାଚନୀ ହିଂସା: ଜଣେ ସିଆରପିଏଫ୍ ଯବାନ ଆହତ
ଓଏଲ୍ ବ୍ୟୁରୋ: ସକାଳ ୭ଟାରୁ ଆରମ୍ଭ ହୋଇଛି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର ସୁକମାରେ ଆଇଇଡି ବ୍ଲାଷ୍ଟ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ନିର୍ବାଚନୀ ଡ୍ୟୁଟିରେ ମୁତୟନ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ସୁକମା ଜିଲ୍ଲା ତୋଣ୍ଡମାରକା କ୍ୟାମ୍ପରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ହୋଇଛି।