Odisha Link
Bridging the Missing Links in Odisha

କ୍ରିକେଟର ହେବାକୁ ଚାହୁଁଥିଲେ, ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଆଧୁନିକ ଭାରତର ନିର୍ମାତା ସାଜିଲେ

ଓଏଲ୍‌ ବ୍ୟୁରୋ: ଆଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଆଜିର ଦିନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।

ଆପଣ ଜାଣନ୍ତି କି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କେବଳ ରାଜନୀତିରେ ରୁଚି ରଖିଥିଲେ ତା ନୁହେଁ କ୍ରିକେଟରେ ମଧ୍ୟ ତାଙ୍କର ରୁଚି ଥିଲା। ନେହେରୁଙ୍କ କ୍ରିକେଟ ଖେଳିବା ସମୟର ଏକ ଦୁର୍ଲଭ ଫଟୋ ଭାଇରାଲ ହେଉଛି। ନେହେରୁ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଗୋଟିଏ ଖାସ୍‌ ବ୍ୟାଟ୍‌ ଥିଲା। ଯାହାକୁ ସେ ‘ଏକ୍ସଟ୍ରା ସ୍ପେଶାଲ’ କହୁଥିଲେ।

ଏହି ଫଟୋଟି ୧୯୫୩ ମସିହାର। ସାଂସଦଙ୍କ ମଧ୍ୟରେ ହୋଇଥିବା କ୍ରିକେଟ ମ୍ୟାଚ୍‌ ସମୟର ଏହି ଫଟୋ। ଏହି ଦୁର୍ଲଭ ଫଟୋଟିକୁ କୁଲମ୍ବତ ରାୟ ଉଠାଇଥିଲେ। ଫଟୋଟିରେ ନେହେରୁ ବ୍ୟାଟିଂ କରିବା ପାଇଁ ଅପେକ୍ଷାରେ ଥିବା ଦେଖିବାକୁ ମିଳିଥିଲା। ନୂଆଦିଲ୍ଲୀର ଏକ ଚାରିଟି କାର୍ଯ୍ୟକ୍ରମରେ ଏକ କ୍ରିକେଟ ମ୍ୟାଚରେ ଆୟୋଜନ କରାଯାଇଥିଲା। ସେଥିରେ ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ନେହେରୁ ଲୋକସଭା ଟିମ୍‌ର ଅଧିନାୟକ ହୋଇଥିଲେ। ଏହାପୂର୍ବରୁ ସେ ଲଣ୍ଡନର ହେରୋ ସ୍କୁଲରେ ପଢ଼ିବା ସମୟରେ କ୍ରିକେଟ ଖେଳିଥିଲେ।

ଜବାହରଲାଲ ନେହେରୁଙ୍କ କ୍ରିକେଟ ପ୍ରେମ ସ୍କୁଲରେ ପଢ଼ିବା ସମୟରେ ଆରମ୍ଭ ହୋଇଥିଲା। ବିଶିଷ୍ଟ ଲେଖକ ଶଙ୍କର ଘୋଷଙ୍କ ‘ଜବାହରଲାଲ ନେହେରୁ : ଏ ବାୟୋଗ୍ରାଫି’ ଅନୁସାରେ ହେରୋରେ ସେ କ୍ରିକେଟ ଖେଳୁଥିଲେ କିନ୍ତୁ ଲର୍ଡସ୍‌ରେ ଇଟୋନ ବିପକ୍ଷ ମ୍ୟାଚରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇନଥିଲେ। ଯାହାଫଳରେ ସେ ସମୟରେ ଦୁଃଖିତ ହୋଇଥିଲେ। ଆଉ କ୍ରିକେଟ ଖେଳିବାରୁ ଦୂରେଇ ଗୁଡ଼ି ଉଡେଇବା ଉପରେ ଧ୍ୟାନ ଦେଇଥିଲେ। ଆଧୁନିକ ଭାରତର ନିର୍ମାତା ବି ଜଣେ ସାଧାରଣ ଭାରତୀୟ ଭାବେ କ୍ରିକେଟ ଓ ଗୁଡ଼ି ଉଡ଼ାରୁ ନିଜକୁ ଦୂରେଇ ପାରିନଥିଲେ।

Leave A Reply

Your email address will not be published.