Odisha Link
Bridging the Missing Links in Odisha

ଜନ୍ମମାଟିକୁ ସୋମବାର ଆସୁଛନ୍ତି ମହାମହିମ; ସଜେଇ ହେଉଛି ଗାଁ

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୦ ତାରିଖରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ଗ୍ରାମକୁ ରାଷ୍ଟ୍ରପତି ଆସୁଥିବାରୁ ଜୋରଦାର ଚାଲିଛି ପ୍ରସ୍ତୁତି। ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର୍ଯ୍ୟାୟରେ। ସମୟ ଯେତିକି ପାଖେଇ ଆସୁଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି।

ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାରୁ ଷ୍ଟେସନଟିକୁ ସୁନ୍ଦର ଭାବରେ ସଜେଇ ଦିଆଯାଇଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଘନ ଘନ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି।

ସେହିପରି ପାହାଡପୁରଠାରେ ନିର୍ମିତ SLS ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିସହ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ସଂଧ୍ୟାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ସେଥିପାଇଁ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ସଫା ସୁତୁରା କରାଯାଇଛି। ଯେପରି ବିଦ୍ୟୁତ୍ କାଟ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

ସୂଚନାଥାଉକି, ଚଳିତ ମାସ ରାଷ୍ଟ୍ରପତି ଦୁଇଥର ଓଡ଼ିଶା ଆସିବେ। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୨୭ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।

Leave A Reply

Your email address will not be published.