Odisha Link
Bridging the Missing Links in Odisha

ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି, ୧୧ ଜିଲ୍ଲାରେ ମହାବନ୍ଦ ପାଳନ

 

ଓଏଲ୍‌ ବ୍ୟୁରୋ: ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦର ପ୍ରଭାବ ସକାଳୁ ୧୧ଟି ଜିଲ୍ଲାରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ିମଟର ଚଳାଚଳକୁ ବନ୍ଦ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଏହି ମହାବନ୍ଦ ଡାକରାରେ ଅତ୍ୟାବଶ୍ୟକ ସେବା, ମେଡିକାଲ ଓ ପରୀକ୍ଷାକୁ ବାଦ୍ ଦିଆଯାଇଛି। ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,କଳାହାଣ୍ଡି, ନୂଆପଡ଼ା ଆଦି ସମେତ ୧୧ଟି ଜିଲ୍ଲାରେ ବନ୍ଦର ପ୍ରଭାବ ରହିଛି। ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରାଯାଉଛି। ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି, ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ ନ ହେଲେ ଲଢ଼େଇ ଜାରି ରହିବ। ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ହେଲେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେବ। ଅନେକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇ ମହାବନ୍ଦ ଡାକରା ଦେଇଛନ୍ତି। ଏହି ମହାବନ୍ଦ ଡାକରାରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଅପିଲ କରାଯାଇଛି। ବହୁତ ଲୋକେ ଏହା ମହାବନ୍ଦ ଡାକରାରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.