Odisha Link
Bridging the Missing Links in Odisha

ଅନୁଭବ-ବର୍ଷା ଛାଡ଼ପତ୍ର ମାମଲା: ୬ରେ ଚୂଡ଼ାନ୍ତ ଶୁଣାଣି

ଓଏଲ୍‌ ବ୍ୟୁରୋ: ଓଲିଉଡର ଷ୍ଟାର ଦମ୍ପତିଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି କଲେ ହାଇକୋର୍ଟ। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନ ମାମଲାର ଶୁଣାଣି ହୋଇଛି। ଅନୁଭବ ମହାନ୍ତିଙ୍କ ଅପିଲ ପିିଟିସନ ଉପରେ ନିଜର ପକ୍ଷ ରଖିବାଲାଗି ସମୟ ମାଗିଛନ୍ତି ପ୍ରତିପକ୍ଷ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ଆବଦେନକୁ ହାଇକୋର୍ଟ ମଞ୍ଜୁରୀ ଦେଇଥିବା ବେଳେ ଡିସେମ୍ବର ୬ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ବର୍ଷା ପ୍ରିୟଦର୍ଶିିନୀଙ୍କୁ ଛାଡ଼ପତ୍ର ଦେବାଲାଗି ପରିବାର ଅଦାଲତରେ ଆବେଦନ କରିଥିଲେ ଅନୁଭବ ମହାନ୍ତି। ହେଲେ ସେପ୍ଟେମ୍ବର ମାସରେ କଟକ ପରିବାର ଅଦାଲତ ରାୟ ପ୍ରକାଶ କରି ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି।

ଗତ ୧୦ ତାରିଖରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେଥିରେ ଅନୁଭବ କହିଥିଲେ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ ସମସ୍ତେ ଅନିଦ୍ରା ରହୁଛୁ। ତେଣୁ ତାଙ୍କ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି ବର୍ଷାଙ୍କୁ କହିଥିଲେ ଅନୁଭବ। ଏହାପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ବିଟ୍‌ କରିଥିଲେ ଅନୁଭବ।

Leave A Reply

Your email address will not be published.