Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ ବିଜେଡି ବିଧାୟକ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ ସରକାର।

କଲେଜରେ ଖେଳ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କରିବେ ସରକାର। ଏହି ସମୟରେ ଛାତ୍ରଛାତ୍ରୀଙ୍କ ସହ ମିଶି ଶାସକ ଦଳର ବିଧାୟକମାନେ ୟୁଟ୍ୟୁବ୍‌ ସର୍ଟସ୍, ଇନଷ୍ଟାରେ ରିଲ୍ସ କରିବେ। ଏଥିପାଇଁ ବିଜେଡି ବିଧାୟକଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ନୂଆ ଓଡ଼ିଶା ଯୋଜନା ଜରିଆରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜରେ ଥିବା ୧୩ରୁ ୩୫ ବର୍ଷର ଯୁବକ ଯୁବତୀଙ୍କୁ ସାମିଲ କରାଯିବ। ଯେଉଁ କଲେଜରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମ ନଭେମ୍ବର ୬ ତାରିଖରୁ ଆରମ୍ଭ ହୋଇଛି। ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହା ବ୍ଲକ୍‌ ସ୍ତରରେ ଚାଲିବ। ଏହାପରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ହେବ। ସରକାରଙ୍କ ଏପରି ପଦକ୍ଷେ ପଛରେ ରାଜନୀତି ରହିଛି ବୋଲି ବିରୋଧୀ ବିଜେପି କହିଛି। ଆଗକୁ ନିର୍ବାଚନ ରହିଛି। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.