ଆର୍ବିଆଇର ବଡ଼ ଘୋଷଣା; ଅଚଳ ନୁହେଁ ୫୦ ପଇସା କଏନ

ଓଏଲ୍ ବ୍ୟୁରୋ: ଅନେକ ସମୟରେ ଆମେ ଦେଖୁଛେ ୫୦ ପଇସା କଏନ ଅଚଳ ଥିବା କୁହାଯାଉଛି। ତେବେ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି। କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ। କୌଣସି ବ୍ୟାଙ୍କ ମନା କଲେ ଲୋକେ ଆର୍ବିଆଇ ବ୍ୟାଙ୍କିଙ୍ଗ ଲୋକପାଳରେ ଜଣାନ୍ତୁ। ଏବେ ପ୍ରଚଳନ ୫୦ ପଇସାରୁ ୨୦ ଟଙ୍କା କଏନ, ସବୁ ଚଳୁଛି ବୋଲି ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି।
ଏହା ସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ କରାଯିବ। ୩ ମାସ ମଧ୍ୟରେ ସବୁ ବ୍ଲକର ବଜାର ସ୍ଥାନରେ କାର୍ଯ୍ୟକ୍ରମ ହେବ। ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ। ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି।