Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରର ଶାଶ୍ବତ ପଟ୍ଟନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଶାଶ୍ୱତଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲା।

ନୟାଗଡ଼ରେ ଶାଶ୍ବତ ରହୁଥିବା ଭଡ଼ା ଘର ଅଫିସ, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ପୈତୃକ ଘର ଓ ୪ଜଣ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.