Odisha Link
Bridging the Missing Links in Odisha

ସଫଳ ହେଲା ଉଦ୍ଧାରକାର୍ଯ୍ୟ; ବୋରଓ୍ବେଲରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ

ଓଏଲ୍‌ ବ୍ୟୁରେ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ। ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ନନଷ୍ଟପ ଅପରେସନ। ୨୦ରୁ ୨୫ ଫୁଟ ତଳୁ ଶିଶୁଟି ଉଦ୍ଧାର ହୋଇଛି। ଉଦ୍ଧାର ହେବା ପରେ ନବଜାତ ଶିଶୁଟିକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ରହିଛି।

ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍‌ ପରିଶ୍ରମକୁ ସାବାସୀ ଜଣାଇବା ସହିତ ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଥିସହିତ ଓଡ୍ରାଫ, ଅଗ୍ନିଶମ, ଜିଲ୍ଲାପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି, ବହୁକଷ୍ଟରେ ଶିଶୁଟିର ଜୀବନ ବଞ୍ଚାଇଛୁ। କାରଣ ଶିଶୁଟି ଯେଉଁଠି ଥିଲା ସେହି ତଳେ ଭଙ୍ଗାକାଚ ଥିଲା। ତାଉପରୁ ପ୍ଲାଷ୍ଟିକ ବୋତଲ ଥିବାରୁ ବଞ୍ଚିଗଲା ଝିଅର ଜୀବନ।

Leave A Reply

Your email address will not be published.