Odisha Link
Bridging the Missing Links in Odisha

ବୋରୱେଲ୍ ଭିତରେ ଫସିଛି କୁନି ଶିଶୁର ଜୀବନ, ଚାଲିଛି ଉଦ୍ଧାର କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିରରେ ଅଭାବନୀୟ ଘଟଣା। ବୋରଓ୍ବେଲରେ ଭିତରେ ଫସିଥିବା ଶିଶୁଟିକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍। ଉଦ୍ଧାରକାରୀ ଟିମର କହିବା ମୁତାବକ, ଛୁଆର କାନ୍ଦ ଶୁଣାଯାଉଛି। ତା ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ନକରେ ସେଥିପାଇଁ ପାଇପ୍ ଭିତରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି।

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଛି। ତେବେ ଶିଶୁଟି କେମିତି ପଡ଼ିଲା, ସେ ନେଇ କୌଣସି ସୂଚନା ମିଳିନାହିଁ। ଏପରିକି ସ୍ଥାନୀୟ ଲୋକ କହୁଛନ୍ତି ଯେ ଶିଶୁଟିକୁ କେହି ଜଣେ ଆଣି ଫୋପାଡ଼ି ଦେଇଛି। ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ୩ଟି ଜେସିବି ମେସିନ ସହାୟତାରେ ବୋରୱେଲକୁ ଲାଗିଥିବା ସ୍ଥାନକୁ ଖୋଳାଯାଉଛି। ପିଲାଟି ପ୍ରାୟ ୨୦ ଫୁଟ ତଳେ ଥିବା ଜଣାପଡିଛି। ଓଡ୍ରାଫ, ଅଗ୍ନିଶମ ଓ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପାଇପ ସହାୟତାରେ ପିଲାଙ୍କୁ ଅକ୍ସିଜେନ ଯୋଗାଇଦିଆଯାଉଛି। ଘଟଣାସ୍ଥଳ ଅନ୍ଧାର ହୋଇଯାଇଥିବାରୁ ଲାଇଟର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.