ଫେବୃଆରୀ ୧୫ରୁ ସିବିଏସ୍ଇ ଦଶବ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଓଏଲ୍ ବ୍ୟୁରୋ: ସିବିଏସ୍ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। ଦଶମ ପରୀକ୍ଷା ଫେବୃଆରୀ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୨ ତାରିଖ ଯାଏଁ ହେବ।ଏନେଇ ଆଜି ସିବିଏସ୍ଇ ପକ୍ଷରୁ ଡାଟା ସିଟ୍ ବା ପରୀକ୍ଷା ସୂଚୀ ଜାରି କରାଯାଇଛି।
ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ମାର୍ଚ୍ଚ ୧,୪,୫,୬,୭,୯,୧୧,୧୨,୧୩,୧୪,୧୫,୧୬,୧୮,୧୯,୨୦,୨୨,୨୩,୨୬,୨୭,୨୮,୩୦, ଏପ୍ରିଲ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ।
CBSE releases date sheet for class 10th Board Exams. Examinations to begin from 15th February 2024. pic.twitter.com/b1syspJ6Ut
— ANI (@ANI) December 12, 2023
ସେହିପରି ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫,୧୬,୧୭,୧୯,୨୦,୨୧,୨୩,୨୪,୨୬,୨୮, ମାର୍ଚ୍ଚ ୨,୪,୫,୭,୧୧ ଓ ୧୩ରେ ଅନୁଷ୍ଠିତ ହେବ।