Odisha Link
Bridging the Missing Links in Odisha

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ପାରିତ ହେଲା ୨୭ଟି ପ୍ରସ୍ତାବ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ପାଖେଇ ଆସୁଛି ସାଧାରଣ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ଏହି ରାଜନୈତିକ ଅଙ୍କକଷା ମଧ୍ୟରେରେ ବିଜୁ ଜନତା ଦଳ ମଧ୍ୟ ନିଜର ଗୋଟି ଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହୋଇଛି। ଏହି ବୈଠକରେ ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି। ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଛି। ବୈଠକରେ ୨୭ଟି ପ୍ରସ୍ତାବ ପାରିତ ହୋଇଛି।

ଅନ୍ୟପଟେ, ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚଳାଇବ ବିଜୁ ଜନତା ଦଳ। କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ଗାଁକୁ ଚାଲ ଅଭିଯାନ ଚଲାଇବ ବିଜେଡି। ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଦିଆଯିବ। ନିର୍ବାଚନ ମଣ୍ଡଳୀ ପରେ ଜୋନାଲ ୱାରୀ ପ୍ରଶିକ୍ଷଣ ଦିଆଯିବ। ପଞ୍ଚାୟତ ସ୍ତରୀୟ ସମ୍ମିଳନୀ କରିବାକୁ ମଧ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ମଧ୍ୟ ହେବ।

ଏହା ସହ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି। ନିର୍ବାଚନ ଲଢିବେ ନାହିଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜନସେବା ପାଇଁ ଚାକିରି ଛାଡ଼ିଛନ୍ତି ଓ ଆଗକୁ ମଧ୍ଯ ଜନସେବାରେ ନିଜକୁ ସମର୍ପିତ କରିବେ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର।

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିରୋଧୀଙ୍କ ପାଖରେ ଇସ୍ୟୁ ନଥିବାରୁ ସେମାନେ ଅପପ୍ରଚାର କରୁଛନ୍ତି। ବିରୋଧୀ ଅପପ୍ରଚାର କରୁଛନ୍ତି, ମିଛ କହୁଛନ୍ତି। ତ୍ରୁଣମୂଳସ୍ତରରେ ଆମକୁ ଏହାର ମୁକାବିଲା କରିବାକୁ ପଡ଼ିବ। ଓଡ଼ିଶାବାସୀ ଜାଣନ୍ତି, ହଜାରେ ମିଛ କେବେ ସତ ହେବନି ବୋଲି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଗଣଦୌଡ଼ ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରାଯିବ। ୨୬ ବର୍ଷ ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ନେତୃତ୍ବରେ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି ଅନୁଷ୍ଠିତ ହେବ। ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି।

Leave A Reply

Your email address will not be published.