Odisha Link
Bridging the Missing Links in Odisha

ବଢୁଛି ଥଣ୍ଡା; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାତିରେ ଖସୁଛି ପାରଦ, ବଢ଼ୁଛି ଶୀତ। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହର ରହିଛି। ୮ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର। ଟ୍ବିନ୍ ସିଟିରେ ୧୩ ଡିଗ୍ରୀକୁ ଖସିଲା ପାରଦ। କୋରାପୁଟରେ ରାତି ତାପମାତ୍ରା ୮.୬ ଡିଗ୍ରୀ ରହିଛି। ଅନୁଗୁଳ, କେନ୍ଦୁଝର, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ। ରାଣୀତାଲରେ ୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୮ ଡିଗ୍ରୀ ରହିଛି।

ରାଜ୍ୟରେ ଶୀତ ଲହରୀ ପାଇଁ ସଚେତନତା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି। ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ଜରୁରୀ କାମରେ ବାହାରକୁ ଗଲେ ଶୀତ ବସ୍ତ୍ର ପରିଧାନ କରନ୍ତୁ। ଶୀତ ଲହରୀ ସମୟରେ ଯଥାସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବଢୁଥିବା ଶୀତର ପରିମାଣକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି। ଏହା ସହ ଶୀତର ପରିମାଣ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.