Odisha Link
Bridging the Missing Links in Odisha

ରାଜ୍ୟରେ କମୁଛି ତାପମାତ୍ରା; ଜି.ଉଦୟଗିରି ସବୁଠୁ ଥଣ୍ଡା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୪ ସହର ରହିଛି। ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରି। ୪.୭ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପଟେ, ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ସେହିଭଳି ଫୁଲବାଣୀ ୭, କିରେଇ ୭.୫ ଡିଗ୍ରୀ, ଅନୁଗୁଳ ଓ କୋରାପୁଟ ୮। ସେମିଳିଗୁଡ଼ା ୮.୪, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ। କେନ୍ଦୁଝର ଓ ରାଉରକେଲା ୮.୬, ସୁନ୍ଦରଗଡ଼ ୮.୮ ଡିଗ୍ରୀ। ଭବାନୀପାଟଣା ୮.୯, ରାଣୀତାଲ ୯, ଝାରସୁଗୁଡ଼ା ୯.୨, ସୋନପୁର ୧୦ ଡିଗ୍ରୀ ରେକର୍ଡ ହୋଇଛି।

Leave A Reply

Your email address will not be published.