Odisha Link
Bridging the Missing Links in Odisha

ଆଖଣ୍ଡଳ ମଣିଙ୍କ ପୀଠରେ ଅସମ୍ଭାଳ ଭିଡ: ୨୫ରୁ ଉର୍ଦ୍ଧ୍ୱ ଭକ୍ତ ଆହତ

ଓଏଲ୍‌ ବ୍ୟୁରୋ: ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ଆରମ୍ଭ ହୋଇଛି ୨୦୨୪ ବର୍ଷ। ଭାରତ ସମେତ ସାରା ବିଶ୍ବ ସ୍ବାଗତ କରିଛି ନୂଆବର୍ଷକୁ। ନୂଆ ଉଦ୍ଦୀପନାରେ ୨୦୨୪ର ଆଗମନକୁ ଉତ୍ସବ ଭଳି ଧୁମ୍‌ଧାମରେ ପାଳନ କରାଯାଇଛି। ଆରଡି ଆଖଣଣ୍ଡଳ ମଣିଙ୍କ ପୀଠରେ ଭକ୍ତଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପସିଲେ ହଜାରହଜାର ଭକ୍ତ। ମନ୍ଦିର ପଶ୍ଚିମ ଦ୍ବାର ଓ ଦକ୍ଷିଣଦ୍ବାରରେ ଭକ୍ତଙ୍କ ଠେଲାପେଲା ଯୋଗୁଁ ୨୫ରୁ ଉର୍ଦ୍ଧ୍ୱ ଭକ୍ତ ଆହତ ହୋଇଛନ୍ତି। ସେପଟେ ପୀଠରେ ଟ୍ରାଫିକ ବ୍ୟବସ୍ଥା ଜାମ୍ ରହିଛି।

Leave A Reply

Your email address will not be published.