Odisha Link
Bridging the Missing Links in Odisha

ଝଲସୁଛି ଶ୍ରୀକ୍ଷେତ୍ର; ପରିକ୍ରମା ପ୍ରକଳ୍ପର ତଦାରଖ କଲେ ୫-ଟି ଅଧ୍ୟକ୍ଷ

ଓଏଲ୍‌ ବ୍ୟୁରୋ: ଝଲସୁଛି ଶ୍ରୀକ୍ଷେତ୍ର। ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ପୁରୀ ବଡଦାଣ୍ଡ। ଆସନ୍ତାକାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୫-ଟି ଅଧ୍ୟକ୍ଷ ତଦାରଖ କରୁଛନ୍ତି। ଯଜ୍ଞସ୍ଥଳରେ ଆଳତି ଦେଖିଲେ। ଯଜ୍ଞସ୍ଥଳରେ ସ୍ଥିତି ସମୀକ୍ଷା କଲେ।

ଅନ୍ୟପଟେ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଡିଜିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯଜ୍ଞ ସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭରେ ସ୍ଥିତି ସମୀକ୍ଷା କରାଯାଇଛି। ପରିକ୍ରମା ଲୋକାର୍ପଣ ପାଇଁ ଶ୍ରୀମାର୍ଗ ଦେଇ ବଡ଼ଦାଣ୍ଡରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ଶ୍ରୀମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରିହର୍ସଲ ଚାଲିଛି।

ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ ପରେ ଡିଜିପି ସୂଚନା ଦେଇଛନ୍ତି। ପୁରୀରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହୋଇଛି। ପୁରୀ ସିକ୍ୟୁରିଟି ବ୍ଲାଙ୍କେଟ୍‌ ଭିତରେ ରଖାଯିବ। ଲୋକାର୍ପଣରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଟ୍ରାଫିକ, VIP ଓ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ। ୧୦୦ ସୁପରଭାଇଜର, ୨୫୦ SI ଓ ASI ଦାୟିତ୍ୱରେ ରହିବେ। ବୋମା ନିଷ୍କ୍ରିୟକାରୀ ଟିମ୍‌, କେନାଇନ୍‌ ସ୍କ୍ୱାଡ୍‌ ମୁତୟନ ରହିବେ। ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଥିବା ଡିଜିପି ସୂଚନା ଦେଇଛନ୍ତି।

ଅନ୍ୟପଟେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଜି ମହାଯଜ୍ଞର ଦ୍ୱିତୀୟ ଦିନ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ଚାଲିଛି।

Leave A Reply

Your email address will not be published.