Odisha Link
Bridging the Missing Links in Odisha

ଆହୁରି ସହଜ ହେବ ଜଗା ଦର୍ଶନ; ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍

ଓଏଲ୍‌ ବ୍ୟୁରୋ: ଆହୁରି ସହଜ ହେବ ଜଗା ଦର୍ଶନ। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଏସି ବସ୍‌ ଯୋଜନା ଆରମ୍ଭ ହେବ। ଲକ୍ଷ୍ମୀ ଯୋଜନାର ତୃତୀୟ ସୋପାନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍‌’। ଏସି ଡିଲକ୍ସ ବସ୍‌ରେ ଜିଲ୍ଲା ମୁଖ୍ୟାଳୟରୁ ଲୋକେ ଆସିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ଆଜିଠୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ଏକ୍ସପ୍ରେସକୁ ଫ୍ଲାଗଅଫ୍ କରିବେ।

ସୂଚନା ଥାଉକି, ପୂର୍ବରୁ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଲକ୍ଷ୍ମୀ ଯୋଜନାରେ ବିଭିନ୍ନ ଜିଲ୍ଲାରେ ବସ ଚଳାଚଳ ଆରମ୍ଭ ହୋଇଛି। ତେବେ ଏଥର ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଲୋକଙ୍କ ପୁରୀ ଗମନାଗମନକୁ ସରଳ କରିବ। ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ। ଆଧ୍ୟାତ୍ମିକ ପରିବେଶ ସହ ଯୋଡି ହେବା ପାଇଁ ମାଧ୍ୟମ ମଧ୍ୟ ସହଜ ହେବ। ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଚେତନାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ାଇବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.