Odisha Link
Bridging the Missing Links in Odisha

ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଭିତରେ ସନାଙ୍କୁ ବିବାହ କଲେ ସୋଏବ ମଲ୍ଲିକ

ଓଏଲ୍‌ ବ୍ୟୁରୋ: ପୂର୍ବତନ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ସୋଏବ ମଲ୍ଲିକ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ଯାହର ଫଟୋ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କରିଛନ୍ତି। ସନାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ସନା ଜାବେଦ ୨୦୨୦ରେ ଉମାୟର ଜସୱାଲଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କ ଠିକ୍‍ ଚାଲିନଥିବାରୁ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ ସନା।

ସୂଚନାଥାଉକି, ବୁଧବାର ସାନିଆ ମିର୍ଜା ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯେଉଁଥିରୁ ଜଣାପଡିଥିଲା ତାଙ୍କର ଛାଡପତ୍ର ଖବର ସତ୍ୟ। ସାନିଆ ଲେଖିଥିଲେ ଯେ ବିବାହ କଷ୍ଟକର, ଛାଡପତ୍ର ବି କଷ୍ଟକର। ଜୀବନ କେବେବି ସହଜ ନୁହେଁ। ସବୁବବେଳେ କଷ୍ଟକର ରହିବ। କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ପଡିବ। ସୋଏବ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ତାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.