Odisha Link
Bridging the Missing Links in Odisha

ଉଷୁନା ଚାଉଳ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲା ବିଜେଡି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାର ରାଜ୍ୟରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। ଏଥିରେ ଏବେ ଅନ୍ତ ଘଟିବାକୁ ଯାଉଛି। କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅବଗତ କରିବା ପରେ ସେ ତତ୍ପରତା ଦେଖାଛନ୍ତି। ଧର୍ମେନ୍ଦ୍ରଙ୍କ ଅନୁରୋଧକୁ ରକ୍ଷା କରି ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଓଡିଶାରୁ ୧୦ଲକ୍ଷରୁ ଅଧିକ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅନ୍ୟପଟେ ବିଜେଡି ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି।

ବିଜେଡି ମହିଳା ଶାଖାର ସଭାପତି ତଥା ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବେ ଏକ ନୂଆ ନାଟକ ଦେଖିବାକୁ ମିଳୁଛି। ଓଡ଼ିଶାରୁ ଉଷୁନା ଚାଉଳ କିଣିବା ପାଇଁ ଅନ୍ୟ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିବା ପରେ ତାଙ୍କର ଏହି ନାଟକ ଧରାପଡିଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନ୍ତ୍ରୀସ୍ତରୀୟ ସହକର୍ମୀମାନେ ସାଧାରଣତଃ ପରସ୍ପରକୁ ସାକ୍ଷାତ କିମ୍ବା ଫୋନ୍ ମାଧ୍ୟମରେ ଅନୁରୋଧ କରନ୍ତି । ହେଲେ ଚାଉଳ ପ୍ରସଙ୍ଗରେ ୧୦ବର୍ଷ ଧରି ନିରବ ଥିବା ଶ୍ରୀ ପ୍ରଧାନ ଏବେ ଯେଭଳି ଭାବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ସହକର୍ମୀ କ୍ୟାବିନେଟ୍‍ ମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି ଏବଂ ତାହାକୁ ଗଣମାଧ୍ୟମରେ ପ୍ରସାର ପାଇଁ ବାଣ୍ଟୁଛନ୍ତି ଏହା ତାଙ୍କର ନୂଆ ନାଟକ ଛଡା ଆଉ କିଛି ନୁହେଁ । ତେବେ ଓଡିଶାରୁ ଉଷୁନା ଚାଉଳ ସଂଗ୍ରହ ପାଇଁ ଶ୍ରୀମତୀ ଛୁରିଆ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.