Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ବଢ଼ିବ ଜନସମାଗମ; ଆଜିଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ଶ୍ରଦ୍ଧାଳୁ

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡରେ ଲାଗିବ ଗହଳି। ଆଜିଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ଶ୍ରଦ୍ଧାଳୁ। ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପୁରୀ ଆସିବେ ଲୋକେ। ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ। ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ। ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ। ଏହା ସହ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିବେ। ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଆସିବେ। ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ଆସିବେ। ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ପୁରୀ ଆସିବେ। ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ପୁରୀ ଅଣାଯିବ। ପରିକ୍ରମା ପ୍ରକଳ୍ପ ବୁଲା ଖର୍ଚ୍ଚ ସରକାର ବହନ କରିବେ।

Leave A Reply

Your email address will not be published.