Odisha Link
Bridging the Missing Links in Odisha

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ! ଆସନ୍ତା ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ୧୫ଟି ରାଜ୍ୟ ପାଇଁ ତାରିଖ ଘୋଷଣା ହେଲା।  ଏନେଇ ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଆସନ୍ତା ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ। ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରିବ। ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।

Leave A Reply

Your email address will not be published.