ବିଶ୍ୱ ଦେଖିଲା ଆଇଏନଏସ୍ ସୁମିତ୍ରାର ଶକ୍ତି; ଲୁଟେରାଙ୍କ କବଳରୁ ମୁକ୍ତ କଲା ୨ଟି ଜାହାଜ

ଓଏଲ୍ ବ୍ୟୁରୋ: ଆରବ ସାଗରରେ ପରାକ୍ରମ ଦେଖାଇଲା ଆଇଏନଏସ୍ ସୁମିତ୍ରା। ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କଲା ଭାରତୀୟ ନୌସେନା। ଆଇଏନଏସ୍ ସୁମିତ୍ରା ଯୁଦ୍ଧ ଜାହାଜ ପଠାଇ ଭାରତୀୟ ନୌସେନା ନିଜର ପରାକ୍ରମ ଦେଖାଇଛି। ଅପହରଣ ହୋଇଥିବା ୨ଟି ଜାହାଜକୁ ମୁକ୍ତ କଲା ଭାରତୀୟ ନୌସେନା। ପ୍ରଥମେ ଆଇଏନଏସ୍ ସୁମିତ୍ରା ଇରାନର ଜାହାଜ ‘ଏଫବି ଇମାନ୍’କୁ ଉଦ୍ଧାର କରିଥିଲା।
ଏହା ପରେ ଆଉ ଏକ ଅଭିଯାନରେ ‘ଅଲ୍ ନଇମି’କୁ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ କରିଛି। ଏହି ଅଭଯାନରେ ଭାରତୀୟ ନୌସେନାର ମେରାଇନ କମାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ। ଏହି ଘଟଣା କେରଳ କୋଚି ଉପକୂଳର ୮୫୦ ମାଇଲ ଦୂର ଆରବ ସାଗରରେ ଘଟିଛି। ଏହା ପରେ ଭାରତୀୟ ନୌସେନା ନିଜର ପରାକ୍ରମ ଦେଖାଇ ୨ଟି ଜାହାଜକୁ ଲୁଟେରାଙ୍କ କବଳରୁ ମୁକ୍ତ କରିଛି।