Odisha Link
Bridging the Missing Links in Odisha

“ଓଡ଼ିଆ: ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍‌” ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ମହାକୁମ୍ଭକୁ ଉଦଯାପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶ ପାଇଥିବା ଦ୍ୱିଭାଷୀ ପ୍ରଦର୍ଶନୀ ଚିତ୍ରପୁସ୍ତକ (Coffee Table Book) “ଓଡ଼ିଆ: ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍‌” ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଆ ଭାଷା ମହାକୁମ୍ଭର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Odia: Journey of A Language ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ) ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପିତ ଏ ପୁସ୍ତକକୁ ରଚନା କରିଛନ୍ତି ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକ। ଓଡ଼ିଆ ଭାଷାର ଉତ୍ପତ୍ତି, ବିକାଶ, ଅଭିବୃଦ୍ଧି, ସମୟକ୍ରମେ ଓଡ଼ିଆ ଭାଷା ଯେଉଁ ସବୁ ବାଧାବିଘ୍ନକୁ ହଟାଇ ଆଜି ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ଡିଜିଟାଲ ଯୁଗର ଜୟଯାତ୍ରାରେ ସାମିଲ ହୋଇଛି ଏହିସବୁ ତଥ୍ୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି।

ପ୍ରାୟ ୨୫୦ ପୃଷ୍ଠାର ଏ ବହିରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ୪୦ରୁ ଅଧିକ ପାଠାଗାର ଓ ସଂଗ୍ରହାଳୟରୁ ଆନୀତ ଚିତ୍ର, ତଥ୍ୟ ଓ ନଥି ସ୍ଥାନ ପାଇଥିବା ଶ୍ରୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। କୌଣସି ଭାରତୀୟ ଭାଷାର ଜୟଯାତ୍ରାକୁ ନେଇ ଏହା ପ୍ରଥମ ଦ୍ୱିଭାଷୀ କଫି ଟେବଲ୍ ବୁକ୍ ବୋଲି ସେ କହିଛନ୍ତି।

Leave A Reply

Your email address will not be published.