Odisha Link
Bridging the Missing Links in Odisha

ବଡ଼ ଖବର: ଏସଏଚଜି ମହିଳାଙ୍କୁ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କା

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି। ଏହି ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମହିଳା ତୁଷ୍ଟୀକରଣ ପାଇଁ ରାଜକୋଷକୁ ଉନ୍ମୁକ୍ତ କରିଦେଇଛନ୍ତି।ରାଜ୍ୟର ୭୦ଲକ୍ଷ ମହିଳା ଏଚଏଚଜିଙ୍କୁ ସରକାର ୟୁନିଫର୍ମ ପାଇଁ ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ୧୦ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥିରେ ମିଶନ ଶକ୍ତିରେ ଜଡ଼ିତ ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ନିମନ୍ତେ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଜେନା।

ସେହିପରି ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ପଞ୍ଚାୟତସ୍ତରୀୟ ମହାସଂଘ(ଜିପିଏଲଏଫ), ବ୍ଲକସ୍ତରୀୟ ମହାସଂଘ(ବିଏଲଏଫ) ଓ ଜିଲ୍ଲାସ୍ତରୀୟ ମହାସଂଘ(ଡିଏଲଏଫ) ଓ ସହରାଞ୍ଚଳ ଅଧୀନରେ ଥିବା ଆଞ୍ଚଳିକ ମହାସଂଘର(ଏଲଏଫ)ର ଏମସି ଓ ଇସି ସଦସ୍ୟମାନଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ।ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ।ଏହି ଅର୍ଥ ରାଶି ଏସଏଚଜି ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଏବଂ ‘ନୂଆ ଓ-ଛାତ୍ରବୃତ୍ତି’ ଯୋଜନାକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି। ବୁଣାକାରମାନେ ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ। ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।

Leave A Reply

Your email address will not be published.