ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି: ଅର୍ଚ୍ଚନା ନାଗ

ଓଏଲ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ଆଜି ଇଡି ଅଫିସରେ ହାଜର ହୋଇଥିଲେ ଅର୍ଚନା ନାଗ। ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଇଡି ଅଫିସରୁ ବାହାରି ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି। ପୂର୍ବ କେସ୍ ନେଇ ତଥ୍ୟ ରହିଛି, ଷଡ଼ଯନ୍ତ୍ର ଚାଲିଛି ବୋଲି ଅର୍ଚ୍ଚନା ନାଗ କହିଛନ୍ତି।
ସୂଚନା ଅନୁସାରେ, ହନିଟ୍ରାପ୍ କୁଇନ୍ ଭାବେ ଜଣା ୧୪ ମାସ ପରେ ଜେଲରରୁ ମୁକୁଳିଥିଲେ। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ସେ ମୁକୁଳିଥିଲେ। ତାଙ୍କୁ ଆଣିବା ପାଇଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ। ଯାହାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଥିଲେ। ଏହା ସହ ଜେଲ୍ରୁ ମୁକୁଳି କ୍ୟାପିଟାଲ ଲ’ କଲେଜ ଯାଇ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ। ପରୀକ୍ଷା ଦେବାକୁ ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜ ଯାଇଥିଲେ।
ଜେଲରୁ ମୁକୁଳି କ୍ୟାପିଟାଲ ଲ’ କଲେଜ ଯାଇ ପରୀକ୍ଷା ଦେବା ପରେ ଅର୍ଚ୍ଚନା ନାଗ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଆଇନ ଉପରେ ମୋର ଭରସା ଅଛି, ନିଶ୍ଚିତ ଭାବେ ନ୍ୟାୟ ମିଳିବ। ଯେଉଁମାନେ ମୋ ପାଇଁ କଣ୍ଟା ବିଛାଇଥିଲେ, ତାହା ଫୁଲରେ ପରିଣତ ହୋଇଛି। ଆଇନ ପାଠ ପଢୁଛି, ଜେଲରେ ରହିବା ଯୋଗୁଁ ପାଠ ଅଭିଜ୍ଞତା ଆସିଲା। ଜେଲରେ ରହିବା ମୋ ପାଇଁ ଗୋଲ୍ଡେନ୍ ଅପର୍ଚୁନିଟି ସାବ୍ୟସ୍ତ ହୋଇଛି। ନିଶ୍ଚିତ ଦିନେ ସମସ୍ତଙ୍କର ମୁଖା ଖୋଲିବି ବୋଲି ଅର୍ଚ୍ଚନା ନାଗ କହିଥିଲେ।
ସୂଚନାଥାଉକି, ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ।